Author: Vijay Pathak | Last Updated: Thu 29 Aug 2024 10:26:44 AM
ଆଷ୍ଟ୍ରୋକେମ୍ପର ଏହି 2025 ମୁହୂର୍ତ ଲେଖା ଦ୍ବାରା ଆମେ ଆପଣଙ୍କୁ ବର୍ଷ 2025 ର ଶୁଭ ତିଥି ଏବଂ ଶୁଭ ମୁହୂର୍ତ ବିଷୟରେ ବିସ୍ତୃତରେ ସୂଚନା ପ୍ରଦାନ କରିବୁ। ଏହା ବ୍ୟତୀତ, ଆମେ ଆପଣଙ୍କୁ ଶାସ୍ତ୍ରରେ ମୁହୂର୍ତ ର ମହତ୍ଵ ଓ ହିନ୍ଦୁ ଧର୍ମରେ ମୁହୂର୍ତ ର ଗଣନା କରିବାର ଉପାୟ ଏବଂ ଶୁଭ ଅଶୁଭ ମୁହୂର୍ତ ବିଷୟରେ କହିବୁ। କୌଣସି ନୂଆ କିମ୍ବା ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ମୁହୂର୍ତ କୁ ଅତ୍ୟନ୍ତ ଜରୁରୀ ବିବେଚନା କରାଯାଏ।
ମୁହୂର୍ତ ଶବ୍ଦର କ’ଣ ଅର୍ଥ
ମୁହୂର୍ତ ଶବ୍ଦର ଉତ୍ପତି ସଂସ୍କୃତ ଭାଷାରୁ ହୋଇଛି ଯାହାର ଅର୍ଥ ହେଉଛି ‘ସମୟ’। ବୈଦିକ ଜ୍ଯୋତିଷରେ ଏହା ଏକ ବିଶେଷ ସମୟ ହୋଇଥାଏ ଯାହାକୁ ମହତ୍ଵପୂର୍ଣ କାମ କରିବା ପାଇଁ ଜ୍ୟୋତିଷୀୟ ଦୃଷ୍ଟିରୁ ଶୁଭ ବିବେଚନା କରାଯାଏ।
Read in English: 2025 Muhurat
ବିବାହ ଓ ଗୃହ ପ୍ରବେଶ କିମ୍ବା ନୂଆ ବ୍ୟବସାୟର ଆରମ୍ଭ ପାଇଁ ଠିକ ମୁହୂର୍ତ ଦେଖିବା ଆବଶ୍ୟକ। ଯଦି କିଏ ମାଙ୍ଗଳିକ କିମ୍ବା ନୂଆ କାମ ଶୁଭ ମୁହୂର୍ତ ରେ କରେ, ତେବେ ତାହାର ସଫଳ ହେବାର ସମ୍ଭାବନା ଅଧିକ। ସେଥିରେ ବାଧା ଏବଂ ସମସ୍ଯା ହେବାର ଆଶଙ୍କା କମ।
କ’ଣ ଆପଣଙ୍କର କୁଣ୍ଡଳୀରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ
हिंदी में पढ़े: 2025 मुर्हत
ଜ୍ୟୋତିଷୀୟ ଭାଷାରେ ଶୁଭ ଓ ଅଶୁଭ ସମୟ ମୁହୂର୍ତ ନାମରେ ଜଣାଶୁଣା। ଏହା ବିଶ୍ବାସ କରାଯାଏ ଯେ ଯଦି କୌଣସି କାମ ଶୁଭ ମୁହୂର୍ତ ରେ କରାଯାଏ ତେବେ ତାହାର ସଫଳ ହେବାର ସମ୍ଭାବନା ଅଧିକ ବଢ଼ିଯାଏ। ଯଦି ଆପଣ ଠିକ ମୁହୂର୍ତ ଦେଖିବା ପରେ ନିଜର କୌଣସି କାମର ଆରମ୍ଭ କରୁଛନ୍ତି ତେବେ ଆପଣଙ୍କୁ ସେଥିରେ ଅଧିକ ସକାରାତ୍ମକ ପରିଣାମ ମିଳିପାରେ। ସେଥିପାଇଁ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶୁଭ ମୁହୂର୍ତ ଦେଖନ୍ତୁ।
ଯେଉଁ ପ୍ରକାର ଆମେ ଅଲଗା ଅଲଗା ରୋଗ ପାଇଁ ବିଭିନ୍ନ ଔଷଧ ଖାଉ, ସେହି ପ୍ରକାର ଜ୍ଯୋତିଷଶାସ୍ତ୍ରରେ ଅଲଗା ଅଲଗା କାର୍ଯ୍ୟ ପାଇଁ ବିଭିନ୍ନ ଶୁଭ ମୁହୂର୍ତ ଥାଏ। ପ୍ରାଚୀନ ବୈଦିକ ସମୟରେ ଯଜ୍ଞ କରିବା ପୂର୍ବରୁ ମୁହୂର୍ତ ଗଣନା କରାଯାଉଥିଲା କିନ୍ତୁ ଏହାର ଉପଯୋଗୀତା ଓ ସକାରାତ୍ମକ ଫଳକୁ ଦେଖି ଦୈନିକ କାର୍ଯ୍ୟରେ ମଧ୍ୟ ଏହାର ମହତ୍ଵ ବଢ଼ିଲା।
ଯେଉଁ ଲୋକଙ୍କର ଜନ୍ମ କୁଣ୍ଡଳୀ ନାହିଁ କିମ୍ବା ଯିଏ କୌଣସି ଦୋଷରେ ପୀଡ଼ିତ, ସେମାନଙ୍କ ପାଇଁ ମୁହୂର୍ତ ବହୁତ ଉପଯୋଗୀ ଏବଂ ଲାଭକାରି ସିଦ୍ଧ ହୁଏ। ଶୁଭ ମୁହୂର୍ତ ରେ କାର୍ଯ୍ୟ କରିବା ଦ୍ବାରା ସଫଳତା ନିଶ୍ଚିତ ପ୍ରାପ୍ତ ହୁଏ।
ଜ୍ଯୋତିଷଶାସ୍ତ୍ର ଅନୁସାରେ ଦିନ ଓ ରାତି ମଧ୍ୟରେ 30ଟି ମୁହୂର୍ତ ଥାଏ ଓ ଶୁଭ ମୁହୂର୍ତ ଗଣନା କରିବା ପାଇଁ ତିଥି, ବାର, ନକ୍ଷତ୍ର, ଯୋଗ, କରଣ, ନବ ଗ୍ରହଙ୍କର ସ୍ଥିତି, ମଳମାସ, ଅଧିକ ମାସ, ଶୁକ୍ର ଓ ଗୁରୁ ଅସ୍ତ, ଅଶୁଭ ଯୋଗ, ଭଦ୍ରା, ଶୁଭ ଲଗ୍ନ, ଶୁଭ ଯୋଗ ତଥା ରାହୁକାଳର ଧ୍ୟାନ ରଖିବା ଉଚିତ। ଏହି ଯୋଗକୁ ଧ୍ୟାନରେ ରଖି ଶୁଭ ଯୋଗର ଗଣନା କରାଯାଇ ପାରିବ।
ହିନ୍ଦୁ ଧର୍ମରେ ଶୁଭ ମୂହର୍ତ୍ତ ଗଣନା କରିବା ପାଇଁ ପାଞ୍ଜିର ଗଣନା କରିବା, ଗ୍ରହଙ୍କର ଚଳନ ଓ ସ୍ଥିତି ଆଙ୍କଳନ କରିବା, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟ ଦେଖିବା ଓ ଶୁଭ ନକ୍ଷତ୍ର ଦେଖିବା ଗୁରୁତ୍ବପୂର୍ଣ୍ଣ। ଭିନ୍ନ ସମାରୋହ କିମ୍ବା କାର୍ଯ୍ୟ ପାଇଁ ଅଲଗା ଅଲଗା ମୁହୂର୍ତ ଥାଏ।
ମୁହୂର୍ତ ଗଣନା କରିବା ସମୟରେ ଏହି କଥାର ଧ୍ୟାନ ରଖିବା ଉଚିତ ଯେ ଲଗ୍ନ ଓ ଚନ୍ଦ୍ର ଏକା ସହିତ ଉପସ୍ଥିତ ନ ଥାନ୍ତୁ ଓ ପାପ କର୍ତଡ଼ି ଦୋଷ ମଧ୍ୟ ନ ତିଆରି ହେଉ। ଏହା ବ୍ୟତୀତ ଚନ୍ଦ୍ରଙ୍କର ଦ୍ଵିତୀୟ ଘରେ ଲଗ୍ନ ଉପସ୍ଥିତ ନ ଥାନ୍ତୁ ଓ ଚନ୍ଦ୍ରଙ୍କର ଦ୍ଵାଦଶ ଘରେ କୌଣସି ପାପୀ ଗ୍ରହ ଉପସ୍ଥିତ ନ ଥାଉ।
କୁହଯାଏ ଯେ ବିବାହ ଦ୍ବାରା ମନୁଷ୍ୟର ଏକ ନୂଆ ଜୀବନ ଆରମ୍ଭ ହୁଏ ଓ ଯଦି ଶୁଭ ମୁହୂର୍ତ ରେ ବିବାହ କରାଯାଏ ତେବେ ଏହି ନୂଆ ଜୀବନରେ ସୁଖ ଶାନ୍ତି ରହିବ ଓ ଖୁସିର ସମ୍ଭାବନା ବଢ଼ିବ। ହିନ୍ଦୁ ସଂସ୍କୃତିରେ ମୁହୂର୍ତ କୁ ଅତ୍ୟଧିକ ମହତ୍ଵ ଦିଆଯାଇଛି। ଏହା ବ୍ୟକ୍ତିକୁ ନିଜର ପୂର୍ବପୁରୁଷ ଓ ତାଙ୍କ ଦ୍ବାର ନିର୍ମିତ ଜ୍ଞାନ ସହିତ ଜଡ଼ିତ ରଖେ।
ଜ୍ଯୋତିଷଶାସ୍ତ୍ର ଅନୁସାରେ କୌଣସି ନିଶ୍ଚିତ ସମୟରେ ଅକାଶୀୟ ପିଣ୍ଡଙ୍କର ସ୍ଥିତି କୌଣସି କାର୍ଯ୍ୟର ପରିଣାମ ଉପରେ ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ। ଯଦି ଏହି କାର୍ଯ୍ୟ ଶୁଭ ସମୟ କିମ୍ବା ମୁହୂର୍ତ ରେ କରାଯାଏ, ତେବେ ସେହି କାମ ସଫଳ ହେବାର ଅଧିକ ପରିସର ଥାଏ।
ବେଦ ଅନୁସାରେ ଗ୍ରହ-ନକ୍ଷତ୍ରଙ୍କର ଅନୁକୂଳ ସ୍ଥିତି ଆଧାରରେ ଶୁଭ ମୁହୂର୍ତ ଗଣନା କରାଯାଏ। ପ୍ରତ୍ଯେକ କ୍ଷଣ ଗ୍ରହଙ୍କର ସ୍ଥିତି ବଦଳିଥାଏ ଓ ଏହା ଶୁଭ ଯୋଗର ନିର୍ମାଣ କରିଥାଏ। ଏହାର ବିଶ୍ଳେଷଣ କରି ଶୁଭ ମୁହୂର୍ତ ଚୟନ କରାଯାଇପାରିବ। ଏହି ସମୟରେ ଗ୍ରହ-ନକ୍ଷତ୍ର ଏବଂ ତାଙ୍କର ଊର୍ଜାରୁ ସକାରାତ୍ମକ ପ୍ରଭାବ ଏବଂ ପରିଣାମ ପ୍ରାପ୍ତ କରାଯାଇ ପାରିବ।
ଗ୍ରହମାନଙ୍କର ସମସ୍ତ ସ୍ଥିତି ସକାରାତ୍ମକ ହୋଇନଥାଏ ବରଂ ତାଙ୍କର କିଛି ସ୍ଥିତି ପ୍ରତିକୂଳ ପ୍ରଭାବ ମଧ୍ୟ ଦେଇଥାଏ। ଯଦି ଏହି ଅଶୁଭ ସ୍ଥିତି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ତେବେ ସେଥିରେ ବାଧା ଆସିବାର ଆଶଙ୍କା ଅଛି। ମୁହୂର୍ତ ର ଚୟନ କରିବା ନକରାତ୍ମକ ପ୍ରଭାବ କମ କିମ୍ବା ଶୂନ୍ୟ କରିଥାଏ।
ବୈଦିକ ଜ୍ୟୋତିଶାସ୍ତ୍ରରେ ମୁହୂର୍ତ ର ମହତ୍ଵ ବହୁତ ଅଧିକ। ବିଶ୍ବାସ ଅଛି ଯେ ଶୁଭ ମୁହୂର୍ତ ରେ କରାଯାଇଥିବା କାର୍ଯ୍ୟ ସଫଳ ହୋଇଥାଏ, ଓ ଯଦି କୌଣସି କାମ ଅଶୁଭ ମୁହୂର୍ତ ରେ କରାଯାଏ ତେବେ ସେଥିରେ ସମସ୍ଯା ଆସିପାରେ।
ବୈଦିକ ଜ୍ଯୋତିଷଶାସ୍ତ୍ରରେ ଅନେକ ପ୍ରକାରର ମୁହୂର୍ତ ଉଲ୍ଲେଖ କରାଯାଇଛି ଯାହା ମଧ୍ୟରୁ ଅଭିଜେଏତ ମୁହୂର୍ତ ଅଧିକ ଶୁଭ ଓ ମଙ୍ଗଳ କୁହାଯାଇଛି। ବିଶ୍ବାସ ଅଛି ଯେ ଏହି ମୁହୂର୍ତ ରେ ଶୁଭ କିମ୍ବା ନୂଆ କାର୍ଯ୍ୟ କରିବା ଦ୍ବାରା କାର୍ଯ୍ୟ ସଫଳ ହେବାର ସମ୍ଭାବନା ବଢ଼ିଯାଏ।
ଏହା ବ୍ୟତୀତ ମୁହୂର୍ତ ରେ ଚୌଘାଡ଼ିୟା ମୁହୂର୍ତ ର ବିଶେଷ ମହତ୍ଵ ଅଛି। ଯେବେ କୌଣସି ଶୁଭ ମୁହୂର୍ତ ନ ମିଳୁଛି ତେବେ ଚୌଘାଡ଼ିୟା ମୁହୂର୍ତ ରେ ମାଙ୍ଗଳିକ କାର୍ଯ୍ୟ ସମ୍ପୂର୍ଣ କରାଯାଇ ପାରିବ। ଯଦି ଆପଣଙ୍କୁ କୌଣସି କାର୍ଯ୍ୟ ଶୀଘ୍ର କରିବାର ଅଛି ତେବେ ଶୁଭ ମୁହୂର୍ତ ନ ମିଳିଲେ ଆପଣ ଶୁଭ ମୁହୂର୍ତ ଆସିବାର ଅପେକ୍ଷା କରିପାରିବେ ନାହିଁ, ତେବେ ଆପଣ ହୋରା ଚକ୍ରରେ ନିଜର କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ।
ସନ୍ତାନର ମୁଣ୍ଡନ ସଂସ୍କାର, ଗୃହ ପ୍ରବେଶ ଓ ବିବାହ ସଂସ୍କାର ଇତ୍ୟାଦି ପାଇଁ ଲଗ୍ନ ତାଲିକା ଦେଖାଯାଏ। ଏହି ସଂସ୍କାରର ମୁହୂର୍ତ ପାଇଁ ଶୁଭ ଲଗ୍ନ ଦେଖାଯାଏ। ଯଦି କୌଣସି କାର୍ଯ୍ୟ ଗୌରି ଶଙ୍କର ପାଞ୍ଜିରେ କରାଯାଏ ତେବେ ସେଥିରୁ ମିଳିବାକୁ ଥିବା ପରିଣାମ ଅତ୍ୟଧିକ ଶୁଭ ହୋଇଥାଏ।
ଯଦି ଆପଣ କୌଣସି ଏପରି ମୁହୂର୍ତ କିମ୍ବା ଯୋଗରେ ନିଜର କାର୍ଯ୍ୟକୁ ସମ୍ପନ୍ନ କରିବାକୁ ଚାହୁଁଛନ୍ତି ତେବେ ସବୁଠାରୁ ଅଧିକ ଶୁଭ ହେବ ଆପଣ ଗୁରୁ ପୁଷ୍ୟ ଯୋଗ ଚୟନ କରି ପାରିବେ। ଯେବେ ଆପଣଙ୍କର କାର୍ଯ୍ୟ ସମପର୍ଣ୍ଣ କରିବା ପାଇଁ କୌଣସି ଶୁଭ ମୁହୂର୍ତ ମିଳୁ ନାହିଁ ତେବେ ଆପଣ ଗୁରୁ ପୁଷ୍ୟ ଯୋଗରେ ନିଜର କାର୍ଯ୍ୟର ଆରମ୍ଭ କରିପାରିବେ।
ଏହା ବ୍ୟତୀତ ରବି ପୁଷ୍ୟ ଯୋଗ, ଅମୃତ ସିଦ୍ଧି ଯୋଗ ଓ ସବାର୍ଥ ସିଦ୍ଧିକି ମଧ୍ୟ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ।
ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ଯଦି ଆପଣ ଆସନ୍ତା ବର୍ଷ 2025 ରେ କୌଣସି ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟ ସମପର୍ଣ୍ଣ କରିବାକୁ ଚାହୁଁଛନ୍ତି ତେବେ ଏହି ବର୍ଷରେ ଆପଣଙ୍କୁ ଅନେକ ଶୁଭ ମୁହୂର୍ତ ମିଳିଯିବ। ଆଗକୁ ଜାଣନ୍ତୁ ବର୍ଷ 2025 ରେ ନାମକରଣ ସଂସ୍କାର, ମୁଣ୍ଡନ ସଂସ୍କାର, ଉପନୟନ, ଅନ୍ନପ୍ରସନ୍ନ, ଗୃହ ପ୍ରବେଶ ଓ ଜନେଊ ସଂସ୍କାର ପାଇଁ କେଉଁ ତିଥି ଏବଂ ସମୟ ଶୁଭ ରହିବ।
ମୁଣ୍ଡନ ମୁହୂର୍ତ : 2025 ରେ ନିଜର ସନ୍ତାନର ମୁଣ୍ଡନ ସଂସ୍କାରର ଶୁଭ ତିଥି ଓ ମୁହୂର୍ତ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।
ଗୃହ ପ୍ରବେଶ ମୁହୂର୍ତ: 2025 ରେ ଆପଣ କେଉଁ ତଇଠୁ ଓ ମୂହର୍ତ୍ତରେ ନୂଆ ଘରେ ପ୍ରବେଶ କରିପାରିବେ, ସେହି ସୂଚନା ପ୍ରାପ୍ତ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ।
ନାମକରଣ ମୁହୂର୍ତ : 2025 ରେ ନାମକରଣ ପାଇଁ ଶୁଭ ତିଥି ମୁହୂର୍ତ ସମ୍ବନ୍ଧିତ ସୂଚନା ପାଇଁ ଏଠାରେ କ୍ଲିକ କରନ୍ତୁ।
ବିବାହ ମୁହୂର୍ତ: 2025 ରେ ବିବାହ ପାଇଁ ଶୁଭ ତିଥି ଓ ମୁହୂର୍ତ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।
ଅନ୍ନପ୍ରଶନ ମୁହୂର୍ତ : 2025 ରେ ଅନ୍ନପ୍ରସନ୍ନ 2025 ମୁହୂର୍ତ ର ତିଥି ଓ ମୁହୂର୍ତ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।
କର୍ଣ୍ଣଭେଦ ମୂହର୍ତ : 2025 ରେ କର୍ଣ୍ଣଭେଦ ଶଙ୍କର ପାଇଁ ମୁହୂର୍ତ ଓ ତିଥି ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।
ଉପନୟନ ମୁହୂର୍ତ : 2025 ରେ ଉପନୟନ ସଂସ୍କାର ପାଇଁ ଶୁଭ ତିଥି ଓ ମୁହୂର୍ତ ବିଷୟରେ ଜାଣିବା ପାଇଁ କ୍ଲିକ କରନ୍ତୁ।
ବୈଦିକ ଜ୍ଯୋତିଷଶାସ୍ତ୍ର ଅନୁସାରେ ଗୋଟେ ଦିନରେ 30 ଶୁଭ ଓ ଅଶୁଭ ମୁହୂର୍ତ ଥାଏ। ଦିନର ସବୁଠାରୁ ପ୍ରଥମ ମୁହୂର୍ତ ରୁଦ୍ର ହୋଇଥାଏ ଯାହା ସକଳ 6 ଟାରେ ଆରମ୍ଭ ହୁଏ। ଏହି ମୁହୂର୍ତ ର 48 ମିନିଟ ପରେ ଅଲଗା ଅଲଗା ମୁହୂର୍ତ ଆସେ ଯାହା ଭିତରୁ କେତେ ଗୁଡ଼ିଏ ଶୁଭ ଓ କେତେ ଗୁଡ଼ିଏ ଅଶୁଭ। ନିମ୍ନରେ ଶୁଭ ଓ ଅଶୁଭ ମୁହୂର୍ତ ଗୁଡ଼ିକର ନାମ ଦିଅଯାଇଛି।
ଶୁଭ ମୁହୂର୍ତ: ମିତ୍ର, ବସୁ, ବାରାହ, ବିଶ୍ବଦେବା, ବିଧି, (ସୋମବାର ତଥା ଶୁକ୍ରବାର ବ୍ୟତୀତ), ସତମୁଖି ଓ ବରୁଣ, ଅହିର-ବୁଦ୍ଧ୍ୟ, ପୁଷ୍ୟ, ଅଶ୍ଵିନୀ, ଅଗ୍ନି, ବିଧାତୃ, କଣ୍ଡ, ଅଦତି, ଅତି ଶୁଭ, ବିଷ୍ଣୁ, ଦ୍ୟୁମଗ୍ଦଦ୍ୟୁତି, ବ୍ରହ୍ମା ଓ ସମୁଦ୍ରମ୍।
ଅଶୁଭ ମୁହୂର୍ତ: ରୁଦ୍ର, ଆହି, ପୁରହୁତ, ପିତୃ, ବାହିନୀ, ନକ୍ତନକରା, ଭଗ, ଗିରିଶ, ଅଜପାଦ, ଉରଗ ଓ ଯମ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ଶୁଭ ମୁହୂର୍ତ ର ସୂଚନ ପାଇବା ପାଇଁ ଜନ୍ମ କୁଣ୍ଡଳୀ ବିଶେଷ ଭୂମିକା ଗ୍ରହଣ କରେ। ଯଦି ଆପଣ ଶୁଭ ମୁହୂର୍ତ ରେ କୌଣସି କାମ କରନ୍ତି, ତେବେ ସେଥିରେ ସଫଳ ହେବାର ଅବଧିକ ପରିସର ଅଛି। ବୈଦିକ ଜ୍ଯୋତିଷଶାସ୍ତ୍ର ଅନୁସାରେ ଜନ୍ମକୁଣ୍ଡଳୀରେ ଅଶୁଭ ଦୋଷର ପ୍ରଭାବରୁ ବଞ୍ଚିବା ପାଇଁ କୁଣ୍ଡଳୀରେ ଶୁଭ ଦଶା ଓ ଗୋଚରକୁ ଆଧାର କରି ଶୁଭ ମୁହୂର୍ତ ଚୟନ କରିପାରିବେ।
କାର୍ଯ୍ୟରେ ସଫଳତା ପାଇବା ପାଇଁ ମୁହୂର୍ତ କୁ ନେଇ ସାବଧାନ ରହିବା ଉଚିତ ଯେପରି:
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ:ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋକେମ୍ପ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!
1. ମୁହୂର୍ତ କେତେ ପ୍ରକାରର?
ଗୋଟେ ଦିନରେ ମାନେ 24 ଘଣ୍ଟାରେ ସମୁଦାୟ 30ଟି ମୁହୂର୍ତ ଅଛି, 15ଟି ଦିନରେ ଓ 15 ଟି ରାତିରେ।
2. ମୁହୂର୍ତ 2025 ର ମହତ୍ଵ କ’ଣ?
ବିଶ୍ବାସ ଅନୁଯାୟୀ ଶୁଭ ମୂହର୍ତରେ କରାଯାଇଥିବା ମାଙ୍ଗଳିକ କାର୍ଯ୍ୟ ଅଧିକାଂଶ ସଫଳ ହୋଇଥାଏ ଓ ଶୁଭ ପରିଣାମ ଦେଇଥାଏ।
3. ମୁହୂର୍ତ ସମୟରେ କିପରି ସାବଧାନ ରହିବେ?
ଅମାବାସ୍ୟା ଦିନ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରିବା ଅଶୁଭ ଅଟେ।
4. ଅଶୁଭ ମୁହୂର୍ତ କେଉଁଗୁଡ଼ିକ?
ରୁଦ୍ର, ଆହି, ପୁରହୁତ, ପିତୃ, ବାହିନୀ, ନକ୍ତନକରା ଇତ୍ୟାଦି ଅଶୁଭ ମୁହୂର୍ତ।
Best quality gemstones with assurance of AstroCAMP.com More
Take advantage of Yantra with assurance of AstroCAMP.com More
Yantra to pacify planets and have a happy life .. get from AstroCAMP.com More
Best quality Rudraksh with assurance of AstroCAMP.com More
Get your personalised horoscope based on your sign.