Author: Vijay Pathak | Last Updated: Tue 27 Aug 2024 1:49:58 PM
ଆଷ୍ଟ୍ରୋକେମ୍ପ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ବିଶେଷ ଧନୁ 2025 ରାଶିଫଳ ଲେଖାରେ ଆପଣଙ୍କୁ ଏହା ଜାଣିବାକୁ ମିଳିବ ଯେ ବର୍ଷ 2025 ରେ ଧନୁ ରାଶି ଲୋକଙ୍କ ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ଆସିବ ଓ ତାହା ସହିତ ଜଡ଼ିତ ସଠିକ ଭବିଷ୍ୟବାଣୀ ଆପଣଙ୍କୁ ପଢ଼ିବାକୁ ପ୍ରାପ୍ତ ହେବ। ଏହି ଭବିଷ୍ୟଫଳ 2025 ସମ୍ପୂର୍ଣ ରୂପରେ ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଓ ଅନୁଭବି ଜ୍ଯୋତିଷଙ୍କ ଦ୍ବାରା ଗ୍ରହ ଓ ନକ୍ଷତ୍ରଙ୍କର ଚଳନ, ଗ୍ରହଙ୍କର ଗୋଚର, ଇତ୍ୟାଦିର ଗଣନା କରି ପ୍ରସ୍ତୁତ ହୋଇଛି ଯାହା ଫଳରେ ଧନୁ ରାଶିର ଲୋକଙ୍କୁ ନିଜ ବିଷୟରେ ସମ୍ପୂର୍ଣ ସୂଚନା ମିଳିବ। ଚାଲନ୍ତୁ ଜାଣିବା ବର୍ଷ 2025 ରେ ଧନୁ ରାଶି ଲୋକଙ୍କ ଜୀବନର ବିଭିନ୍ନ କ୍ଷେତ୍ରରେ କେଉଁ ପ୍ରକାର ପରିଣାମ ଦେଖିବାକୁ ମିଳିବ।

ଆପଣଙ୍କର ଜୀବନରେ 2025 ରେ କେବେ କ’ଣ ଘଟିବ ଓ ଜୀବନର କେଉଁ କ୍ଷେତ୍ର ଅନୁକୂଳ ପରିଣାମ ଦେବ ଓ କେଉଁଠାରେ ଆପଣଙ୍କୁ ସମସ୍ଯା ସାମ୍ନା କରିବାକୁ ପଡ଼ିବ, ଏହି ସମସ୍ତ ବିଷୟରେ ଜାଣିବା ପାଇଁ ଏବେ ଆଗକୁ ବଢ଼ିବା ଓ ବିସ୍ତୃତରେ ଜାଣିବା 2025 ଧନୁ ରାଶି ଲୋକଙ୍କ ପାଇଁ କିପରି ରହିବ।
Read In Detail: Sagittarius 2025 Horoscope
ଏହି ଧନୁ 2025 ରାଶିଫଳ ଆପଣଙ୍କ ପାଇଁ ଆର୍ଥିକ ରୂପରେ ଏହା ଭବିଷ୍ୟବାଣୀ କରୁଛି ଯେ ଏହି ବର୍ଷ ଆପଣଙ୍କ ପାଇଁ ଅନୁକୂଳ ରହିବାର ପ୍ରବଳ ସମ୍ଭାବନା ଅଛି। ବର୍ଷର ଆରମ୍ଭ କିଛି ଦୁର୍ବଳ ନିଶ୍ଚିତ ରହିବ କାରଣ ବର୍ଷର ଆରମ୍ଭରେ ମଙ୍ଗଳ ମହାରାଜ ଅଷ୍ଟମ ଘରେ, ବୃହସ୍ପତି ମହାରାଜ ଷଷ୍ଠ ଘରେ ଓ ବୁଧ ମହାରାଜ ଦ୍ଵାଦଶ ଘରେ ରହିବେ ଯାହା ଆପଣଙ୍କର ଖର୍ଚ୍ଚ ବଢ଼ାଇବ। ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ବାରମ୍ବାର ଚାପ ପକାଇବ। କିନ୍ତୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନି ମହାରାଜ ତୃତୀୟ ଘରେ ବିରାଜମାନ ରହିବେ ଓ ତାଙ୍କର ଦଶମ ଦୃଷ୍ଟି ଆପଣଙ୍କର ଦ୍ଵାଦଶ ଘର ଉପରେ ରହିବା ଦ୍ବାରା ଖର୍ଚ୍ଚ କମ ହେବ। ଦେବଗୁରୁ ବୃହସ୍ପତି ମଈ ମାସରେ ଆପଣଙ୍କର ସପାତ୍ମ ଘରକୁ ଯିବେ ଓ ମଈ ରୁ ଆରମ୍ଭ କରି ଅକ୍ଟୋବର ପର୍ଯ୍ୟନ୍ତ ସେଠାରୁ ଆପଣଙ୍କର ଏକାଦଶ ଘର ଉପରେ ଓ ଆପଣଙ୍କର ରାଶି ଉପରେ ମଧ୍ୟ ପ୍ରଭାବ ପକାଇବେ। ଯାହା ଫଳରେ ଆର୍ଥିକ କ୍ଷମତା ବଢ଼ିବ ଓ ରୋଜଗାର ବଢ଼ିବ। ଆପଣ ଆର୍ଥିକ ଭାବରେ ସମୃଦ୍ଧ ହେବେ। ଖର୍ଚ୍ଚ କମ ହେବ। ମଙ୍ଗଳ ମହାରାଜ ମଧ୍ୟ ବର୍ଷର ମଧ୍ୟ ଭାଗ ପର୍ଯ୍ୟନ୍ତ ଆପଣଙ୍କୁ ଭଲ ପରିଣାମ ଦେବା ଆରମ୍ଭ କରିବେ ଓ ମଈ ମାସରୁ ରାହୁ ଆପଣଙ୍କର ତୃତୀୟ ଘରକୁ ଯିବେ ଓ କେତୁ ନବମ ଘରକୁ ଯିବେ। ଯାହା ଫଳରେ ଯାତ୍ରା ଉପରେ ଧନ ବ୍ୟୟ ହେବ କିନ୍ତୁ ଆପଣଙ୍କର ଆର୍ଥିକ ସ୍ଥିତି ନଯନ୍ତ୍ରଣରେ ରହିବ।ଅକ୍ଟୋବର ରୁ ଏକେମବେର ମଧ୍ୟରେ କିଛି ସମସ୍ଯା ରହିବ। ଏହା ପରେ ସମୟ ମାନେ ଡିସେମ୍ବର ମାସ ମଧ୍ୟ ଆର୍ଥିକ ରୂପରେ ଦୃଢ଼ ରହିବ।
धनु राशि का राशिफल विस्तार से पढ़ें – धनु 2025 राशिफल
ଧନୁ ରାଶିଫଳ ଅନୁସାରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଉତ୍ଥାନ-ପତନ ରହିବ। ବର୍ଷର ଆରମ୍ଭରେ ରାଶିର ଶ୍ଵାସମୀ ଦେବଗୁରୁ ବୃହସ୍ପତି ଷଷ୍ଠ ଘରେ ରହିବେ। ଏହା ଆପଣଙ୍କ ପାଇଁ ଅନୁକୂଳ ସ୍ଥିତି ନୁହେଁ। ମଙ୍ଗଳ ମହାରାଜ ମଧ୍ୟ ନିଜର ନିଚ୍ଚ ରାଶି କର୍କଟରେ ଅଷ୍ଟମ ଘରେ ବର୍ଷର ଆରମ୍ଭରେ ରହିବେ ଯାହା ଫଳରେ କୌଣସଇ ଖଣ୍ଡିଆ, ଏକ୍ସିଡେନ୍ଟ କିମ୍ବା ଦୁର୍ଘଟଣା ହେବାର ସମ୍ଭାବନା ଅଛି। ରାହୁ ଓ କେତୁ କ୍ରମଶଃ ଚତୁର୍ଥ ଓ ଦଶମ ଘରେ ରହିବେ। ଏହି ସମସ୍ତ ଗ୍ରହ ସ୍ଥିତି ବାରମ୍ବାର ପୀଡ଼ିତ କରାଇବ। ସେଥିପାଇଁ ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ସମସ୍ଯା ପ୍ରତି ସାବଧାନ ରହିବାକୁ ହେବ ନାଛେ ଆପଣଙ୍କୁ ପେଟ ସହିତ ଜଡ଼ିତ ରୋଗ, ବଡ଼ ଅନ୍ତନଳୀ ସହିତ ଜଡ଼ିତ ସମସ୍ଯା, ପାଚନ ଶକ୍ତି ଓ ଏସିଡିଟି ପରି ସମସ୍ଯା ହୋଇପାରେ। ଧନୁ 2025 ରାଶିଫଳ ଅନୁଯାୟୀ ମଈ ମାସରେ ଯେତବେଳେ ରାଶିର ସ୍ବାମୀ ରୁହସ୍ପତି ମହାର୍ଜ ସପ୍ତମ ଘରେ ଆସି ଆପଣଙ୍କର ରାଶି କୁ ସମ୍ପୂର୍ଣ ସପ୍ତମ ଦୃଷ୍ଟିରେ ଦେଖିବେ ତେବେ ତାହା ଦ୍ବାରା ଆପଣଙ୍କର ସମସ୍ତ ରୋଗ ହ୍ରାସ ହେବ ଓ ପୁରୁଣା ସମସ୍ଯା ଦୁର୍ ହେବ।
କ’ଣ ଆପଣଙ୍କର ଜାତକରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ
ଧନୁ ରାଶିଫଳ ଅନୁସାରେ ଯଦି ଆପଣଙ୍କର କ୍ୟାରୀଅର ବିଷୟରେ କହିବା ତେବେ ଚାକିରି କରୁଥିବା ଲୋକଙ୍କର ବର୍ଷରେ ଆରମ୍ଭରେ କିଛି ସମସ୍ଯା ଆସିପାରେ। ଦଶମ ଘରର ସ୍ବାମୀ ବୁଧ ମହାରାଜ ଦ୍ଵାଦଶ ଘର ରହିବେ ଯେଉଁଥିପାଇଁ କାମ ପାଇଁ ବହୁତ ସମସ୍ଯା ସାମ୍ନା କରିବାକୁ ପଡ଼ିବ। ଦଶମ ଘରର ସ୍ବାମୀ ବୁଧ ମହାରାଜ ଦ୍ଵାଦଶ ଘରେ ରହିବେ ଯାହା ଏହା ସୂଚାଉଛି ଯେ ଆପଣଙ୍କୁ କାମ ପାଇଁ ବହୁତ ହଇରାଣ ହେବାକୁ ପଡ଼ିବ ଓ କେତୁ ମହାରାଜ ଦଶମ ଘରେ ହେବା ଯୋଗୁଁ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ମନ କମ ଲାଗିବ ଯାହା ଦ୍ବାରା କାମ ବିଗିଡ଼ି ଯିବାର ଆଶଙ୍କା ଅଛି। ଆପଣଙ୍କୁ କାମ ଉପରେ ସମ୍ପୂର୍ଣ ଧ୍ୟାନ ଦେବା ଉଚିତ। ଧନୁ 2025 ରାଶିଫଳ ଅନୁଯାୟୀ ବର୍ଷର ମଧ୍ୟ ଭାଗରେ ସ୍ଥିତିରେ ପରିବର୍ତନ ଆସିବ, ଯେତବେଳେ ଶନି ମହାରାଜ ଚତୁର୍ଥ ଘରେ ବସି ଦଶମ ଘର ଉପରେ ପୂର୍ଣ ଦୃଷ୍ଟି ପକାଇବେ ଓ ଆପଣଙ୍କ ଦ୍ବାରା ପରିଶ୍ରମ କରାଇବେ। ବ୍ୟବସାୟ କରିବା ଲୋକ ପାଇଁ ବର୍ଷର ଆରମ୍ଭ ଦୁର୍ବଳ ହେବ କିନ୍ତୁ ବିଦେଶୀ ସମ୍ପର୍କ ଦ୍ବାରା ଆପଣଙ୍କର ବ୍ୟବସାୟରେ ସଫଳତା ମିଳିବ। ମଈ ମାସରେ ଯେତବେଳେ ବୃହସ୍ପତି ମହାରାଜ ଅକ୍ଟୋବର ପର୍ଯ୍ୟନ୍ତ ଆପଣଙ୍କର ସପ୍ତମ ଘରେ ରହିବେ ଆପଣଙ୍କର ବ୍ୟବସାୟ ଭଲ ହେବ। ବ୍ୟବସାୟରେ ଲାଭ ହେବ ଓ ପ୍ରତିଦିନ ନୂଆ ଲାଭ ମିଳିବାର ଯୋଗ ତିଆରି ହେବ। ଆପଣଙ୍କୁ କୌଣସି ଅନୁଭବି ବ୍ୟକ୍ତିଙ୍କ ସହଯୋଗ ମିଳିବ ଯାହା ଦ୍ବାରା ବ୍ୟବସାୟ ଉନ୍ନତି କରିବ।
ଧନୁ ରାଶିର ବିଦ୍ୟାର୍ଥୀ ବର୍ଗ ବିଷୟରେ କହିଲେ ବର୍ଷର ଆରମ୍ଭ କିଛି କଠିନ ରହିବ। ପଞ୍ଚମ ଘରେ ମଙ୍ଗଳ ମହାରାଜ ଅଷ୍ଟମ ଘରେ ନିଚ୍ଚ ରାଶିରେ ରହିବେ ଯାହା ଦ୍ବାରା ଶିକ୍ଷ୍ୟରେ ବ୍ଯବଧାନ ଆସିବ ଓ ସ୍ବାସ୍ଥ୍ୟ ସମସ୍ଯା ହେବ। ଧନୁ 2025 ରାଶିଫଳ ଅନୁସାରେ ବର୍ଷର ଉତ୍ତରାର୍ଦ୍ଧ ଆପଣଙ୍କର ଶିକ୍ଷ୍ୟ ପାଇଁ ଅସୁକୁଳ ରହିବାର ଭଲ ସମ୍ଭାବନା ଅଛି। ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତି କରୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଅପ୍ରିଲ ରୁ ଅଗସ୍ଟ ମଧ୍ୟରେ ସମୟ ଅଧିକ ଲାଭଦାୟକ ରହିବ । ଏହି ସମୟରେ ଆପଣଙ୍କର କେଉଁଠାରେ ଚୟନ ହୋଇପାରେ। ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀଙ୍କୁ ବର୍ଷର ଆରମ୍ଭରେ ଓ ବର୍ଷର ମଧ୍ୟ ଭାଗରେ ବିଶେଷ ପରିଣାମ ମିଳିବାର ସମ୍ଭାବନା ଅଛି। ଆପଣଙ୍କୁ ମନ ପସନ୍ଦର ବିଷୟ ପଢ଼ିବାକୁ ସୁଯୋଗ ମିଳିବ। ଯଦି ଆପଣ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ସେଥି ପାଇଁ ବର୍ଷର ମଧ୍ୟ ଭାଗ ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଏହି ବର୍ଷ ଶିକ୍ଷାରେ ଆପଣଙ୍କର ସ୍ଥିତି ଦୃଢ଼ ହେବ ଓ ଆପଣ କଠିନ ପରିଶ୍ରମ କରିବେ।
ଏହି ଧନୁ 2025 ରାଶିଫଳ ଅନୁସାରେ ବର୍ଷ 2025 ଆପଣଙ୍କର ପାରିବାରିକ ଜୀବନ ପାଇଁ ମିଶ୍ରିତ ପରିଣାମ ଆନୟନ। ବର୍ଷର ଆରମ୍ଭରେ ଚତୁର୍ଥ ଘରେ ରାହୁ ଓ ଦଶମ ଘରେ କେତୁ ପାରିବାରିକ ଜୀବନରେ ଉତ୍ଥାନ-ପତନ ଆଣିବେ। ଚତୁର୍ଥ ଘରର ସ୍ବାମୀ ବୃହସ୍ପତି ମହାରାଜ ଷଷ୍ଠ ଘରେ ରହିବା ଏହା ସୂଚାଉଛି ଯେ ବର୍ଷର ଆରମ୍ଭରେ ମାତାଙ୍କୁ କିଛି ସମସ୍ଯା ହୋଇପାରେ। ସେଥିପାଇଁ ତାଙ୍କର ସ୍ବାସ୍ଥ୍ୟ ସମସ୍ଯା ପ୍ରତି ସାବଧାନ ରୁହନ୍ତୁ। ବର୍ଷର ମଧ୍ୟ ଭାଗରେ ରାହୁ ମହାରାଜ ତୃତୀୟ ଘରକୁ ଯିବେ ଓ କେତୁ ମହାରାଜ ନବମ ଘରକୁ ଯିବେ ତଥା ଶନି ମହାରାଜ ମାର୍ଚ୍ଚ ଶେଷରେ ଚତୁର୍ଥ ଘରକୁ ଆସି ଦଶମ ଘରକୁ ଦେଖିବେ ଯାହା ପାରିବାରିକ ଜୀବନରେ କିଛି ସମସ୍ଯାରେ ହ୍ରାସ ଘଟିବ କିନ୍ତୁ ମାତା ପିତାଙ୍କର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଦୃଢ଼ ରହିବ ତଥାପି ତାଙ୍କୁ କିଛି ସମସ୍ଯା ହୋଇପାରେ ଯାହା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଏହି ବର୍ଷ ଆପଣଙ୍କୁ ଭାଇ ଭଉଣୀଙ୍କ ଠାରୁ ସୁଖ ମିଳିବ ଓ ସ୍ନେହ ମଧ୍ୟ ମିଳିବ।
ଧନୁ ରାଶିଫଳ ଅନୁସାରେ ଯଦି ବିବାହିତ ଲୋକଙ୍କର କଥା କହିବା ତେବେ ବର୍ଷର ଆରମ୍ଭ କିଛି ଦୁର୍ବଳ ରହିବ। ସୂର୍ଯ୍ୟ ମହାରାଜ ଆପଣଙ୍କର ରାଶିରେ ବସି ସପ୍ତମ ଘରକୁ ସମ୍ପୂର୍ଣ ଦୃଷ୍ଟିରେ ଦେଖିବେ। ଧନୁ 2025 ରାଶିଫଳ ଅନୁଯାୟୀ ସପ୍ତମ ଘରର ସ୍ବାମୀ ବୁଧ ମହାରାଜ ଦ୍ଵାଦଶ ଘରେ ରହିବେ ଓ ମଙ୍ଗଳ ମହାରାଜ ନିଚ୍ଚ ରାଶିରେ ରହି ଅଷ୍ଟମ ଘରେ ରହିବେ ଯାହା ଦ୍ବାରା ସମୟ ବୈବାହିକ ସମ୍ବନ୍ଧ ପାଇଁ ନୁକୂଳ ନୁହେଁ ବୋଲି କୁହା ଯାଇପାରିବ। ଏହି ସମୟରେ ଆପଣ ଦୁହିଙ୍କ ମଧ୍ୟରେ ବୈବାହିକ ସମସ୍ଯା ବଢ଼ିବ। ପରସ୍ପର ମଧ୍ୟରେ ବିଚାରର ମତଭେଦ ହେବ। ଝଗଡ଼ା ହୋଇପାରେ ଓ ଜୀବନସାଥୀକୁ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ। ସେଥିପାଇଁ ଜେଟବେଳେ ମଈ ମାସରେ ଦେବଗୁରୁ ବୃହସ୍ପତି ସପ୍ତମ ଘରେ ପ୍ରବେଶ କରିବେ ସେଟବେଳକୁ ବୁଧ ଓ ମଙ୍ଗଳ ନିଜ ନିଜ ଘରୁ ବାହାରି ସାରିଥିବେ। ତେବେ ଯାଇ ଏହି ସବୁ ପରିସ୍ଥିର ସମାଧାନ ହେବାକୁ ଲାଗିବ। ଆପଣଙ୍କୁ ଜୀବନସାଥୀର ସହଯୋଗ ମିଳିବ। ସେ ଅନ୍ୟ କାର୍ଯ୍ୟରେ ଆପଣଙ୍କର ସହାଜ୍ୟ କରିବେ ଓ ଆପଣଙ୍କ ମଧ୍ୟରେ ସମ୍ବନ୍ଧ ଭଲ ରହିବ। ଆପଣଙ୍କୁ ଅନୁଭବ ହେବ ଯେ ଆପଣଙ୍କର ଜୀବନସାଥୀ ପ୍ରକୃତରେ ଆପଣଙ୍କ ପାଇଁ ଖାସ। ତାଙ୍କ ସହିତ ଭଲ ଯାତ୍ରା କରିବା ଓ ଧାର୍ମିକ ସ୍ଥଳ ଯିବାକୁ ସୁଯୋଗ ମିଳିବ ଯାହା ଦ୍ୱାରା ଆପଣଙ୍କର ସମ୍ପର୍କ ପରିପକ୍ଵ ହେବ।
ପାଆନ୍ତୁ ନିଜର ଜାତକ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ଧନୁ ରାଶିଫଳ ଭବିଷ୍ୟବାଣୀ କରୁଛି ଯେ ଆପଣଙ୍କର ପ୍ରେମ ସମ୍ବନ୍ଧ ପାଇଁ ବର୍ଷର ଆରମ୍ଭ ବହୁତ ଦୁର୍ବଳ ରହିବାର ସମ୍ଭାବନା ଅଛି। ପଞ୍ଚମ ଘରର ସ୍ବାମୀ ମଙ୍ଗଳ ମହାରାଜ ବର୍ଷର ଆରମ୍ଭରେ ନିଜର ନିଚ୍ଚ ରାଶି କର୍କଟରେ ଅଷ୍ଟମ ଘରେ ରହିବେ ଓ ପଞ୍ଚମ ଘର ଉପରେ ଶନି ମହାରାଜ ତୃତୀୟ ଦୃଷ୍ଟି ପକାଇବେ ଯାହା କୌଣସି ଦୃଷ୍ଟିରୁ ଭଲ ନୁହେଁ। ଏହି ସମୟ ସମ୍ପର୍କ ସମ୍ଭାଳିବା ପାଇଁ ବହୁତ କଷ୍ଟକର ହେବ କାରଣ ଯଦି ଏହି ସମୟରେ ଆପଣ ନିଜର ସମ୍ପର୍କକୁ ସମ୍ଭାଳି ପାରିବେ ନାହିଁ ତେବେ ସମ୍ପରକ ଭାଙ୍ଗି ପାରେ। ଧନୁ 2025 ରାଶିଫଳ ଅନୁଯାୟୀ ଜାନୁଆରୀର ତୃତୀୟ ସପ୍ତାହରୁ ଅପ୍ରିଲ ମଧ୍ୟରେ ମଙ୍ଗଳ ମହାରାଜ ବକ୍ରୀ ଅବସ୍ଥାରେ ସପ୍ତମ ଘରକୁ ଯିବେ ଓ ଏହା ଦର୍ଶାଏ ଯେ ଆପଣ ନିଜର ପ୍ରିୟତମ ସହିତ ପ୍ରେମ ବିବାହ ବିଷୟରେ କଥାବାର୍ତ୍ତା କରିପାରନ୍ତି ଓ ସେଥିରେ ଆପଣଙ୍କୁ ସଫଳତା ମିଳିବ। ଏହା ପରେ ଅପ୍ରିଲ ରୁ ଜୁନ ମଧ୍ୟରେ ସମୟ କଷ୍ଟକର ରହିବାର ସମ୍ଭାବନା ଅଛି। ଏହା ପରେ ପରିସ୍ଥିତି ନିଜେ ନିଜେ ସୁଧାର ହୋଇଯିବ ଓ ସମ୍ପର୍କରେ ଭଲ ମୁହୂର୍ତ ଅନୁଭବ କରିବେ। ସେତବେଳ ପର୍ଯ୍ୟନ୍ତ ସାବଧାନ ରୁହନ୍ତୁ ଓ ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛି ଯେ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ। ଏହି ପରି ଅଧିକ ଲେଖା ପାଇଁ ଜଡ଼ିତ ରୁହନ୍ତୁ ଆଷ୍ଟ୍ରୋକେମ୍ପ ସହିତ। ଧନ୍ୟବାଦ!!
1. 2025 ରେ ଧନୁ ରାଶି ଲୋକଙ୍କର ଭାଗ୍ୟରେ କ’ଣ ଅଛି?
ବର୍ଷ 2025 ରେ ଧନୁ ରାଶି ଲୋକଙ୍କୁ ଜୀବନର ବିଭିନ୍ନ କ୍ଷେତ୍ରରେ ମିଶ୍ରିତ ପରିଣାମ ମିଳିବ।
2. ଧନୁ ରାଶିଫଳ 2025 ଅନୁସାରେ ଧନୁ ରାଶି ଲୋକଙ୍କୁ ସଫଳତା କେବେ ମିଳିବ?
ମଈ ମାସରେ ଯେବେ ବୃହସ୍ପତି ଅକ୍ଟୋବର ପର୍ଯ୍ୟନ୍ତ ଆପଣଙ୍କର ସପ୍ତମ ଘରେ ରହିବେ ତେବେ ଧନୁ ରାଶି ଲୋକଙ୍କ ପାଇଁ କାମ ଓ ବ୍ୟବସାୟରେ ସଫଳତାର ଯୋଗ ତିଆରି ହେବ।
3. 2025 ରେ ଧନୁ ରାଶି ଲୋକଙ୍କର ସ୍ବାସ୍ଥ୍ୟ କିପରି ରହିବ?
ବର୍ଷ 2025 ରେ ଧନୁ ରାଶି ଲୋକଙ୍କୁ ସ୍ବାସ୍ଥ୍ୟ ଦୃଷ୍ଟିରୁ ଉତ୍ଥାନ-ପତନ ସହିବାକୁ ପଡ଼ିବ। ଏହି ବର୍ଷ ଖଣ୍ଡିଆ ହେବା ଓ ଏକ୍ସିଡେନ୍ଟର ସମ୍ଭାବନା ଅଛି।
 Buy Today
        Buy Today Best quality gemstones with assurance of AstroCAMP.com More
        Best quality gemstones with assurance of AstroCAMP.com More
     Take advantage of Yantra with assurance of AstroCAMP.com More
        Take advantage of Yantra with assurance of AstroCAMP.com More
     Yantra to pacify planets and have a happy life .. get from AstroCAMP.com More
        Yantra to pacify planets and have a happy life .. get from AstroCAMP.com More
     Best quality Rudraksh with assurance of AstroCAMP.com More
        Best quality Rudraksh with assurance of AstroCAMP.com More
    Get your personalised horoscope based on your sign.